ଲାଲୁ ପ୍ରସାଦ ଯାଦବ, ରାବିଡୀ ଦେବୀ ଓ ମିସା ଭାରତୀଙ୍କୁ ୫୦ ହଜାର ଟଙ୍କା ମୁଚାଲିକାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବିଡୀ ଦେବୀ ଓ ଝିଅ ମିସା ଭାରତୀଙ୍କୁ ଜମି ବଦଳରେ ଚାକିରି ମାମଲାରେ ଜାମିନ ମିଳିଯାଇଛି । ରାଉଜ ଏଭିନ୍ୟୁ କୋର୍ଟ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଉକ୍ତ ମାମଲାର ଆଗାମୀ ଶୁଣାଣୀ ମାର୍ଚ୍ଚ ୨୯ ତାରିଖରେ ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଜମି ବଦଳରେ ଚାକିରିି ମାମଲାରେ ଲାଲୁ, ରାବିଡି ଓ ମିସା ଆଜି କୋର୍ଟ ସମ୍ମୁଖରେ ହାଜର ହୋଇଥିଲେ । ନିକଟରେ କିଡନୀ ପ୍ରତିରୋପଣ ହୋଇଥିବାରୁ ଲାଲୁ ହ୍ୱିଲଚେୟାରରେ ବସି କୋର୍ଟ ପହଞ୍ଚିଥିଲେ । ପରେ ଜାମିନ ଆବେଦନ ଦାଖଲ କରାଯାଇଥିଲା ।