ନବରଙ୍ଗପୁର,ଏନ୍ଏନ୍ଏସ୍: ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ସେବାର ମୂଲ୍ୟ କେହି ଦେଇପାରିବେ ନାହିଁ ବୋଲି ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ପ୍ରକାଶ କରିଛନ୍ତି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବିଧାୟକ ପ୍ରତିନିଧି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ଓ ସିଡିଏମଓ ଡା. କାଳିପ୍ରସାଦ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଭିବିଡ ପରାମର୍ଶଦାତା ଦିନେଶ ପ୍ରହରାଜଙ୍କ ସଂଯୋଜନାରେ ଏଡିପିଏଚ୍ଓ ଡା. ମଳୟ କୁମାର ତ୍ରିପାଠୀ, ଏଡିପିଏଚଓ ଡା. ଏନଡିସି ବେହେରା,ଏଡିପିଏଚଓ ଡା. ସୁକାନ୍ତ କୁମାର ଶତପଥୀ, ଏଡିପିଏଚଓ ଡା. ନୀଳମଣି ସେନାପତି, ଡିପିଏଚଓ ନବକିଶୋର ବେହେରା ଓ ଡିପିଏମ ସୁଶାନ୍ତ କୁମାର ପ୍ରହରାଜ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପୁରସ୍କୃତ କରଯାଇଥିଲା । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ସଦସ୍ୟାମାନେ ଉପସ୍ଥିତ ଥିଲେ ।