ଦେଶରେ ଏଚ3ଏନ2 ଇନଫ୍ଲୁଏଞ୍ଜା ନେଲା ୨ ଜୀବନ

ନୂଆଦିଲ୍ଲୀ: ଭାରତରେ ଇନଫ୍ଲୁଏଞ୍ଜା ଭାଇରସ ଏଚ3ଏନ2 ଯୋଗୁ ୨ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ହରିୟାଣା ଓ କର୍ଣ୍ଣାଟକର ଜଣେ ଲେଖାଏଁ ରହିଥିବା ନେଇ ସୂଚନା ମିଳିଛି ।

ରିପୋର୍ଟସ ମୁତାବକ, କର୍ଣ୍ଣାଟକର ହାସନସ୍ଥିତ ୮୨ ବର୍ଷୀୟ କିରାଏ ଗୌଡ଼ା ହେଉଛନ୍ତି ଏଚ୩ଏନ୨ରେ ମୃତ୍ୟୁବରଣ କରିଥିବା ଦେଶର ପ୍ରଥମ ବ୍ୟକ୍ତି । ଗୌଡ଼ାଙ୍କୁ ଫେବୃଆରୀ ୨୪ରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ମାର୍ଚ୍ଚ ୧ରେ ମୃତ୍ୟୁ ଘଟିଥିଲା । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।

ସୂଚନାଯୋଗ୍ୟ, ଦେଶରେ ଏଚ3ଏନ2 ଭାଇରସର ପାଖାପାଖି ୯୦ ମାମଲା ସାମ୍ନାକୁ ଆସିଛି । ଏଚ1ଏନ1ର ମଧ୍ୟ ୮ ମାମଲା ରହିଛି ।