ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ସହରସ୍ଥିତ ରାଜୁ ସାହିରେ ଥିବା ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ପରିସରରେ ନୂତନ ଯଜ୍ଞ ମଣ୍ଡପ ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେହିପରି ଆୟପ୍ପା ସ୍ୱାମୀ କଲ୍ୟାଣ ମଣ୍ଡପ ଭୂମି ପୂଜନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଏସଡିସି ଉପଦେଷ୍ଟା ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ବିଜେଡି ନେତା ସରୋଜ ପାତ୍ର,ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା, ବରିଷ୍ଠ ନାଗରିକ ଗଣେଶ ଦାଶ, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ଓ ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ରଙ୍କ ସମେତ ବହୁ କାଉନସିଲର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଭ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।