ନୂଆଦିଲ୍ଲୀ: ଜେଡିୟୁ ଛାଡ଼ି ଅଲଗା ପାର୍ଟି ଗଠନ କରିଥିବା ଉପେନ୍ଦ୍ର କୁଶବାହଙ୍କୁ କେନ୍ଦ୍ର ସରକାର Y+ କ୍ୟାଟାଗେରୀରେ ସୁରକ୍ଷା ପ୍ରଦାନ କରିଛନ୍ତି । Y+ କ୍ୟାଟାଗେରୀରେ ଉପେନ୍ଦ୍ରଙ୍କ ସୁରକ୍ଷାରେ ୧୧ କମାଣ୍ଡୋ ନିଯୁକ୍ତ ରହିବେ । ଏଥିରେ ୫ଜଣ ସ୍ଥିର ଭାବେ ନେତାଙ୍କ ଘର ଆଖପାଖରେ ଜଗିବେ ଓ ୬ ପୀଏସଓ ୩ ସିଫ୍ଟରେ ସୁରକ୍ଷା ପ୍ରଦାନ କରିବେ ।
ସୂଚନାଯୋଗ୍ୟ, ଉପେନ୍ଦ୍ର କୁଶବାହ ଫେବୃଆରୀ ୨୬ରେ ଆନୁଷ୍ଠାନିକ ଭାବେ ଜେଡିୟୁରୁ ଇସ୍ତଫା ଦେଇଥିଲେ । ଏହାସହ ନିଜର ନୂଆ ପାର୍ଟି ରାଷ୍ଟ୍ରୀୟ ଲୋକ ଜନତା ଦଳ ଗଠନ କରିଥିଲେ । ସେ ଦୀର୍ଘ ଦିନ ହେବ ଜେଡିୟୁରେ ଅସନ୍ତୁଷ୍ଟ ଥିଲେ ଏବଂ ନୀତିଶ ସରକାରଙ୍କୁ ଟାର୍ଗେଟ କରୁଥିଲେ ।