Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍‌

ଭୁବନେଶ୍ବର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲା । ହକି ଷ୍ଟାର ତାରକା ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ ଦେଇଛି କମିଶନରେଟ ପୋଲିସ । ଏହି ଘଟଣା ସହ ବିରେନ୍ଦ୍ର ଲାକ୍ରାଙ୍କ କୌଣସି ସମ୍ପର୍କ ନଥିବା ବେଳେ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ପୋଲିସ ତରଫରୁ କୁହାଯାଇଛି । ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି,” ଏଥିରେ ବିରେନ୍ଦ୍ରଙ୍କ କୌଣସି ଭୂମିକା ନାହିଁ । ତଦନ୍ତ ସମୟରେ ବିରେନ୍ଦ୍ରଙ୍କ କୌଣସି ଭୂମିକା ରହିଥିବା ଜଣାପଡିନାହିଁ । ତଦନ୍ତ ବେଳେ ମିଳିଥିବା ସମସ୍ତ ପ୍ରମାଣ ସହ ଆନନ୍ଦଙ୍କ ମୃତଦେହ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଅନୁସାରେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣାପଡିଛି ।”

ତେବେ ଏନେଇ ପୂର୍ବରୁ ଏହି ମାମଲାର ତଦନ୍ତ ବେଳେ ଅନେକ ଥର ଥାନାରେ ହାଜର ହୋଇ ଜେରା ସମ୍ମୁଖୀନ ହୋଇଥିଲେ । ଲାକ୍ରା ଆନନ୍ଦଙ୍କର ରୁମମେଟ୍ ଓ ବନ୍ଧୁ ଥିବାରୁ ତାଙ୍କ ଆଡ଼କୁ ପରିବାର ଲୋକ ଆଙ୍ଗୁଳି ଉଠାଇଥିଲେ । ଏପରିକି ପ୍ରଥମେ ବିରେନ୍ଦ୍ରଙ୍କ ବିରୋଧରେ ସମ୍ପୃକ୍ତ ଥିବା ସନ୍ଦେହ କରି ଇନଫୋସିଟି ଥାନାରେ‌ ପ୍ରଥମେ ଅଭିଯୋଗ ଆଣିଥିଲେ । କିନ୍ତୁ ପୋଲିସ ଅଭିଯୋଗ ଶୁଣିନଥିଲା ଏବଂ ପରିବାରଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇନଥିଲା । ଯାହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଆନନ୍ଦଙ୍କ ବାପା ।

ପରେ ହାଇକୋର୍ଟ କେସର ଉପଲବ୍ଧି କରି କେସରେ ତତ୍କାଳୀନ ଆଇଆଇସିଙ୍କୁ କାର୍ଯ୍ୟରୁ ବାଦ ଦେବା ସହ ଅନ୍ୟତ୍ର ବଦଳି ପାଇଁ ଆଦେଶ ଦେଇଥିଲେ । ତିନି ମାସ ମଧ୍ୟରେ ଭୁବନେଶ୍ୱର ଡିସିପିଙ୍କୁ ତଦନ୍ତ ସାରିବାକୁ ହାଇକୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । କେସ ନମ୍ବର ୩୩୬/୨୨ରେ ୩୦୨ରେ ପୋଲିସ ତଦନ୍ତ ଚଳାଇଥିଲା । ଏନେଇ ୨୫ଜଣଙ୍କୁ ସମନ୍ କରାଯାଇଥିଲା। ଅତିରିକ୍ତ ଡିସିପି ତଦନ୍ତ କରୁଥିବା ବେଳେ ବିରେନ୍ଦ୍ର ଲାକ୍ରା ଏବଂ ଆନନ୍ଦଙ୍କ ବାନ୍ଧବୀଙ୍କୁ ପଚରାଉଚରା କରାଯାଇଥିଲା । ଏମସର ମେଡ଼ିକାଲ ରିପୋର୍ଟ, ପୋଷ୍ଟମର୍ଟମ, ଭିସେରା ରିପୋର୍ଟ ଏବଂ ବିଭିନ୍ନ ଦିଗକୁ ନେଇ ରିପୋର୍ଟକୁ ତର୍ଜମା କରି ଶେଷରେ ତଦନ୍ତ ସାରିଥିଲା ପୋଲିସ । ଏହାସହ ବିବାଦରେ ଛନ୍ଦି ହୋଇଥିବା ଆନନ୍ଦଙ୍କୁ କ୍ଲିନଚିଟ ଦେଇଛି ।