ନକ୍ସଲ ଗୁଳିରେ ୩ ଯବାନ ସହିଦ

ଛତିଶଗଡ଼,ଏନ୍‌ଏନ୍‌ଏସ୍‌: ଛତିଶଗଡ଼ର ସୁକମା ଜିଲ୍ଲାରେ ବଡ଼ ଧରଣର ନକ୍ସଲୀ ଆକ୍ରମଣରେ ଡିଆରଜିର ୩ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟପଟେ ଗୁରୁତର ଭାବେ ଆହତ ହୋଇଥିବା ୨ଜଣ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମୟରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ, ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ କ୍ଷେତ୍ର ଜଗରଗୁଣ୍ଡା ଓ କୁନ୍ଦେଡ଼ ମଧ୍ୟରେ ଯବାନ ଆସୁଥିବା ନେଇ ନକ୍ସଲଙ୍କୁ ଖବର ମିଳିଥିଲା । ପରେ ଯବାନମାନେ ଉକ୍ତ ସ୍ଥାନରେ ପହଞ୍ଚିବା ମାତ୍ରକେ ନକ୍ସଲମାନେ ଗୁଳି ଚାଳନା ଆରମ୍ଭ କରିଥିଲେ । ଅନ୍ୟପଟେ ଯବାନମାନେ ମଧ୍ୟ ତୁରନ୍ତ ସ୍ଥିତିକୁ ସମ୍ଭାଳିବା ପାଇଁ ଗୁଳି ଚଳାଇଥିଲେ ।