କିଛି ଦଳ ମୋଦୀଙ୍କ ମରଣକୁ ଅପେକ୍ଷା କରିଛି

ମେଘାଳୟ ବିଧାନସଭା ପ୍ରଚାରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, କଂଗ୍ରେସକୁ କେବଳ ନିର୍ବାଚନ ଆସିଲେ ହିଁ ମେଘାଳୟ କଥା ମନେ ପଡ଼ିଥାଏ । କଂଗ୍ରେସ ପାଇଁ ମେଘାଳୟ ହେଉଛି ଏଟିଏମ୍ । ମେଘାଳୟ ସହ ସମ୍ପୂର୍ଣ୍ଣ ନର୍ଥ-ଇଷ୍ଟର ବିକାଶ ଲାଗି ଆମେ ପୁରୁଣା ଚିନ୍ତାଧାରାକୁ ବଦଳାଇ ଦେଇଛୁ । କଂଗ୍ରେସ ନର୍ଥ-ଇଷ୍ଟକୁ ଦେଶର ଶେଷ ଅଂଶ ଭାବି ନେଇଥିବାବେଳେ ବିଜେପି ଏହାକୁ ବିକାଶର ଇଞ୍ଜିନ ଭାବେ ଗ୍ରହଣ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, କିଛି ରାଜନୈତିକ ଦଳକୁ ଲାଗୁଛି ଯେପର୍ଯ୍ୟନ୍ତ ମୋଦୀ ଅଛନ୍ତି ଆମର କିଛି ହୋଇପାରିବ ନାହିଁ । ସେଥିପାଇଁ ସେମାନେ ହତାଶ ଓ ନିରାଶ ଅଛନ୍ତି । କିଛି ପାର୍ଟି ମୋଦୀଙ୍କ ମରିବାକୁ ଚାହିଁ ବସିଛି । କିଛି ପାର୍ଟି ମୋଦୀଙ୍କ ଲାଗି କବର ମଧ୍ୟ ଖୋଳିଛନ୍ତି ।