ପାକିସ୍ତାନର ମୂଳ ଉଦ୍ୟୋଗ ହେଉଛି ଆତଙ୍କବାଦ: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନରେ ଜାରି ରହିଥିବା ଆର୍ଥିକ ସଙ୍କଟକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି । ପାକିସ୍ତାନକୁ ଟାର୍ଗେଟ କରି ଜୟଶଙ୍କର କହିଛନ୍ତି ଯେ, ଯେଉଁ ଦେଶର ମୂଳ ଉଦ୍ୟୋଗ ଆତଙ୍କବାଦ ହୋଇଥିବ ସେ କଦାପି କଠିନ ସ୍ଥିତିରୁ ବାହାରି ପାରିବନି କି ସମୃଦ୍ଧ ଭାବେ ଶକ୍ତିଶାଳୀ ହୋଇପାରିବନି ।

ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଆହୁରି କହିଛନ୍ତି ଯେ, ପାକିସ୍ତାନ ସହ ସମ୍ବନ୍ଧରେ ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ । ସେହିପରି ଚୀନ ସହ ଆମ ସମ୍ବନ୍ଧରେ ଆର୍ଥିକ ଚ୍ୟାଲେଞ୍ଜ ବାସ୍ତବରେ ଖୁବ୍ ଗମ୍ଭୀର । ଚୀନ ସହ ବ୍ୟାପାର ଅସନ୍ତୁଳନ ପଛରେ କେବଳ ସରକାର ନୁହଁନ୍ତି ବ୍ୟବସାୟୀ ମଧ୍ୟ ଦାୟୀ ।