ନୂଆଦିଲ୍ଲୀ: ତୁର୍କୀ-ସିରିୟା ପରେ ଭୂକମ୍ପ ସ୍ଥିତିର ମୁକାବିଲା କରିବା ପାଇଁ ତଜାକିସ୍ତାନକୁ ଭାରତ ସାହଯ୍ୟ କରିବ । ତଜାକିସ୍ତାନରେ ଆସିଥିବା ଭୂକମ୍ପ ପରେ ଭାରତ ସ୍ଥିତି ଉପରେ ନଜର ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ନଜର ରଖିଛନ୍ତି ।
ସୂଚନାଯୋଗ୍ୟ, ଭାରତୀୟ ଅଧିକାରୀ ତଜାକିସ୍ତାନ ଅଧିକାରୀଙ୍କ ସହ ସମ୍ପର୍କରେ ରହିଛନ୍ତି । ପୂର୍ବ ତଜାକିସ୍ତାନରେ ଆଜି ୬.୮ ତୀବ୍ରତାର ଭୂକମ୍ପ ହୋଇଛି । ଚୀନ ଓ ଅନ୍ୟ ପଡ଼ୋଶୀ ଦେଶରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।