ରିଆମାଳ,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବାରମ୍ବାର ବୈମାତୃଭାବ, ଗରିବ ମାରଣ ନୀତି ଓ ଖାଉଟି ସାମଗ୍ରୀରେ ଅହେତୁକ କାଟ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବିଜେଡ଼ି ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି । ଏହି ରାଲି ରିଆମାଳ ବ୍ଲକ ପର୍ଯ୍ୟନ୍ତ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବିଡିଓ ଦିବ୍ୟଶଙ୍କର ଜୟପୂରିଆଙ୍କୁ ଦିଆଯାଇଛି । ଏଥିରେ ଦେବଗଡ଼ ଜିଲ୍ଲା ପରିଷଦ ସଭାପତି କୌଶିକ କୁମାର ପ୍ରଧାନ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ରାଜ୍ୟ ମହିଳା ସମ୍ପାଦିକା ଅର୍ଚ୍ଚନା ପ୍ରଧାନ, ରିଆମାଳ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟା ବାସନ୍ତୀ ବେହେରା, ରିଆମାଳ ବ୍ଲକ ଉପାଧ୍ୟକ୍ଷା ଶର୍ମିଷ୍ଠା ଘଡ଼େଇ, ପୂର୍ବ ବ୍ଲକ ସଭାପତି ତରଣୀସେନ ପ୍ରଧାନ, ତାବଡ଼ା ପୂର୍ବ ସରପଞ୍ଚ ପାଞ୍ଜିଆ ଭୋଇଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖ ଯୋଗ ଦେଇଥିଲେ ।