ନବରଙ୍ଗପୁର,ଏନ୍ଏନ୍ଏସ୍: ପୁରୁଷ ବିଶ୍ୱକପ ହକି ୨୦୨୩ ଆୟୋଜନ ଅବସରରେ ନବରଙ୍ଗପୁର ଜିଲ୍ଲାର ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ସ୍ୱତନ୍ତ୍ର ଗ୍ରାମ ସଭା ଆୟୋଜନ କରି ରାଜ୍ୟସ୍ତରରେ ତୃତୀୟ ସ୍ଥାନ ହାସଲ କରିଛି । ଏହି ପରିପେକ୍ଷୀରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ରଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୃହ, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ଓ ଜଳ ସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଖବର ପ୍ରଘଟ ହେବା ପରେ ନବରଙ୍ଗପୁର ଜିଲ୍ଲାରେ ଉତ୍ସାହର ଲହରି ଖେଳିଯାଇଛି ।