ଜମ୍ମୁ-କଶ୍ମୀର: ପୁଲୱାମା ଆକ୍ରମଣକୁ ଆଜି ୪ ବର୍ଷ ପୂରିଛି । ଏହି ଅବସରରେ ଲେଥପୋରା ସ୍ମାରକରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି କଶ୍ମୀର ଅତିରିକ୍ତ ଡୀଜୀପୀ ବିଜୟ କୁମାର ଖାସ୍ ସୂଚନା ପ୍ରଦାନ କରିଛନ୍ତି । ଡୀଜୀପୀ କହିଛନ୍ତି ଯେ, ପୁଲୱାମା ଆକ୍ରମଣରେ ୧୯ଜଣ ଆତଙ୍କବାଦୀ ସାମିଲ ହୋଇଥିଲେ । ସେଥିମଧ୍ୟରୁ ୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ୭ଜଣଙ୍କ ମୃତ୍ୟୁ ଘଟିଛି ଓ ୩ ପାକିସ୍ତାନୀ ସହିତ ୪ଜଣ ଜୀବିତ ଅଛନ୍ତି। ଏହି ଘଟଣାରେ ଦାୟୀ ଥିବା ଜୈଶ-ଏ-ମହମ୍ମଦର ପାଖାପାଖି ସମସ୍ତ ଶୀର୍ଷ କମାଣ୍ଡର୍ସଙ୍କୁ ସୁରକ୍ଷା ବଳ ପ୍ରଭାବଶୂନ୍ୟ କରିଦେଇଛି ।
କଶ୍ମୀର ଅତିରିକ୍ତ ଡୀଜୀପୀ ବିଜୟ କୁମାର ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଜୈଶର ମାତ୍ର ୭ରୁ ୮ ସ୍ଥାନୀୟ ଏବଂ ମୋସା ସୋଲେମାନୀ ସମେତ ୫ରୁ ୬ ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି । ଖୁବଶୀଘ୍ର ପୁଲିସ ସେମାନଙ୍କୁ ମଧ୍ୟ କ୍ଷମତାଶୂନ୍ୟ କରିଦେବ ।