Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ମୋଦି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,ଏଜେନ୍ସି: ଆଜି ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ । ଜୟନ୍ତୀ ସମାରୋହକୁ ଭବ୍ୟ ଆକାରରେ ଆୟୋଜନ କରାଯାଉଛି । ଏହି ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦିଲ୍ଲୀରେ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦିନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ସମାବେଶକୁ ସମ୍ବୋଧିତ କରିବେ । କେନ୍ଦ୍ରମନ୍ତ୍ରୀ ଜିକେ ରେଡ୍ଡି ଏବଂ ଏମଓଏସ କଲଚର ଅର୍ଜୁନ ରାମ ମେଘଓ୍ବାଲ ଏବଂ ମୀନାକ୍ଷୀ ଲେଖୀ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ମହର୍ଷି ଦୟାନନ୍ଦ ସରସ୍ୱତୀ ଫେବୃଆରୀ ୧୨, ୧୮୨୪ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସମାଜିକ ସଂସ୍କାରକ ଥିଲେ । ଯିଏକି ୧୮୭୫ ମସିହାରେ ସମାଜରୁ ଭେଦଭାବକୁ ଦୂର କରିବା ପାଇଁ ସେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ସମାଜ ସଂସ୍କାର ଏବଂ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଦେଶର ସାଂସ୍କୃତିକ ତଥା ସାମାଜିକ ସଚେତନତା କ୍ଷେତ୍ରରେ ଆର୍ଯ୍ୟ ସମାଜ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ସମାଜ ସଂସ୍କାରକ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବ ସରକାର ପ୍ରତିଶ୍ରୁତିବଦ୍ଧ । ବିଶେଷକରି ଯେଉଁମାନଙ୍କ ଦେଶ ପ୍ରତି ଅବଦାନ ଏପର୍ଯ୍ୟନ୍ତ ପାନ ଇଣ୍ଡିଆ ସ୍କେଲ ସ୍ତରରେ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ । ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ବୋଲି ଘୋଷଣା କରିବା ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ଏପରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସର୍ବଦା ଦୃଢ଼ ନେତୃତ୍ବ ପ୍ରଦାନ କରିଛନ୍ତି। ସେହିପରି ଆଜି ରାଜସ୍ଥାନର ଡାଉସା ଠାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହା ହେବା ଫଳରେ ରାଜଧାନୀ ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ ।

ପୂର୍ବରୁ ଏହାର ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ଲାଗୁଥିବାବେଳେ ବର୍ତ୍ତମାନ ମାତ୍ର ସାଢେ ତିନି ଘଣ୍ଟା ମଧ୍ୟରେ ଯାତ୍ରା ଶେଷ ହେବ । ୨୪୬ କିମି ରାସ୍ତା ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ସମଗ୍ର ଅଞ୍ଚଳରେ ଏକ ନୂତନ ଅର୍ଥନୈତିକ କରିଡର ନିର୍ମାଣ କରିବ ବୋଲି ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିଲା । ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ନିର୍ମିତ ଏକ୍ସପ୍ରେସୱେର ଲମ୍ବ ୧୩୮୬ କିଲୋମିଟର ରହିଛି । ଯେଉଁଥିପାଇଁ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ୨୪ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା ମଧ୍ୟରେ ଶେଷ ହେବ ।