Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ଓଡ଼ିଶା ଗସ୍ତ ଶେଷ ହେବା ପରେ ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟରେ ରାଷ୍ଟ୍ରପତି ସାମିଲ ହେବା ସହ ୟୁପି ବିଶ୍ବ ନିବେଶକ ସମ୍ମିଳନୀ ୨୦୨୩ରେ ସାମିଲ ହେବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଜି ଏବଂ ଆସନ୍ତାକାଲି ରାଷ୍ଟ୍ରପତି ଉତ୍ତରପ୍ରଦେଶ ଗସ୍ତରେ ରହିବେ । ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ୟୁପି ବିଶ୍ବ ନିବେଶକ ସମ୍ମିଳନୀରେ ରାଷ୍ଟ୍ରପତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସନ୍ଧ୍ୟା ସମୟରେ ଉତ୍ତରପ୍ରଦେଶର ଲୋକ ଭବନରେ ଆୟୋଜିତ ହେବାକୁ ଥିବା ସିଭିକ ରିସେପ୍ସନରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି(ସୋମବାର) ଲକ୍ଷ୍ନୌରେ ବାବାସାହେବ ଭିମରାଓ ଆମ୍ବେଦକର ବିଶ୍ବବିଦ୍ୟାଳୟର ଦଶମ କନଭୋକେସନରେ ଅଂଶଗ୍ରହଣ କରିବେ । ଦିଲ୍ଲୀ ଫେରିବା ପୂର୍ବରୁ ଦ୍ରୌପଦୀ ମୁର୍ମୁ କାଶୀବିଶ୍ବନାଥ ମନ୍ଦିର ପରିଦର୍ଶନ କରିବା ସହ ଗଙ୍ଗା ଆଳତୀରେ ସାମିଲ ହେବେ । ଏହା ପୂର୍ବରୁ ଗତ ୧୦ ତାରିଖ ଦିନ ରାଷ୍ଟ୍ରପତି ୨ଦିନିଆ ଓଡିଶା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବା ପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ଏହାପରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପରେ କଟକ ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଆୟୋଜିତ ଦ୍ବିତୀୟ ଜାତୀୟ ଧାନ କଂଗ୍ରେସର ସମ୍ମିଳନୀକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ।