ମୁମ୍ବାଇର ୨ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ମୋଦୀ ଦେଖାଇଲେ ସବୁଜ ପତାକା

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇ-ସୋଲେପୁର ଏବଂ ମୁମ୍ବାଇ ସାଇନଗର ସିରଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଛନ୍ତି । ଏହି ଅବସରରେ ମୋଦୀଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଉପସ୍ଥିତ ଥିଲେ । ମୋଦୀ ଏହି ସମୟରେ ମୁମ୍ବାଇର ଅନେକ ବିକାଶ ପରିଯୋଜନାର ମଧ୍ୟ ଉଦଘାଟନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନର ସୁବିଧା ସମସ୍ତଙ୍କୁ ମିଳିବ । ରେଲୱେ ପାଇଁ ଏହା ଏକ କ୍ରାନ୍ତି । ବନ୍ଦେ ଭାରତ ଟ୍ରେନ ଆଧୁନିକ ଭାରତର ଏକ ସୁନ୍ଦର ଚିତ୍ର । ଏହା ଭାରତର ଗତି ଓ ଦକ୍ଷତାର ପ୍ରତିବିମ୍ବ । ବତ୍ତର୍ମାନ ସୁଦ୍ଧା ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି ଯାହାକି ୧୭ ରାଜ୍ୟର ୧୦୮ ଜିଲ୍ଲାକୁ ଯୋଡ଼ୁଛି ।