ରାଜସ୍ଥାନ ବଜେଟ: କରୋନାରେ ଅନାଥ ପିଲାଙ୍କୁ ମିଳିବ ସରକାରୀ ଚାକିରି

ରାଜସ୍ଥାନ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଆଜି ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ଗେହଲତ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ମହିଳା ଓ ଶିଶୁଙ୍କୁ  ଅଧିକ ଗୁରୁତ୍ୱ ଦେଇଛନ୍ତି । କରୋନା କାଳରେ ଅନେକ ଶିଶୁ ଉଭୟ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ତେବେ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଗେହଲତ ସରକାର ସମସ୍ତଙ୍କୁ ସରକାରୀ ଚାକିରି ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ଏନେଇ ବଜେଟରେ ଘୋଷଣା କରାଯାଇଛି ।

ରାଜସ୍ଥାନରେ ଏବେ ଛାତ୍ରୀଙ୍କ ସହ ଛାତ୍ରଙ୍କୁ ମଧ୍ୟ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ । ରାଜ୍ୟର ୩୩ଟି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ରିସର୍ଚ୍ଚ କରୁଥିବା ପିଲାଙ୍କୁ ସରକାରଙ୍କ ତରଫରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଛାତ୍ରଛାତ୍ରୀଙ୍କୁ ୭୫ କିମି ପର୍ଯ୍ୟନ୍ତର ବସ ଯାତ୍ରା ନିଶୁଳ୍କରେ ମିଳିବ । ଏଥିପାଇଁ ଟିକେଟ ନେବାକୁ ପଡ଼ିବନି ।