ରାଜସ୍ଥାନ: ରାଜସ୍ଥାନ ବିଧାନସଭାର ବଜେଟ ଅଧିବେସନରେ ଆଜି ଜୋରଦାର ହଙ୍ଗାମା ହୋଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁରୁଣା ବଜେଟ ପଢ଼ୁଥିବାବେଳେ ବିରୋଧୀ ଏହାକୁ ବିରୋଧ କରିଥିଲେ । ପରେ ଗେହଲତଙ୍କୁ ଭାଷଣ ରୋକିବାକୁ ପଡ଼ିଥିଲା । ଇତିମଧ୍ୟରେ ଗେହଲତଙ୍କ ଏହି ଭୁଲକୁ ନେଇ ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କୁ ଟାର୍ଗେଟ କରିଛନ୍ତି । କୌଣସି ମୁଖ୍ୟମନ୍ତ୍ରୀ ତଦାରଖ ନକରି ପୁରୁଣା ଭାଷଣ କିପରି ପଢ଼ିପାରିବେ ? ଏମିତି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଜ୍ୟ ସୁରକ୍ଷିତ କି ବୋଲି ବସୁନ୍ଧରା ପ୍ରଶ୍ନ କରିଛନ୍ତି ?
ବସୁନ୍ଧରା ରାଜେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସାହେବ ୮ ମିନିଟ ପର୍ଯ୍ୟନ୍ତ ପୁରୁଣା ଭାଷଣ ପଢ଼ିଥିଲେ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ବଜେଟକୁ ୩-୪ଥର ତଦାରଖ କରି ପଢ଼ୁଥିଲି । ଯେଉଁ ମୁଖ୍ୟମନ୍ତ୍ରୀ ଏତେ ବଡ଼େ ଡକ୍ୟୁମେଣ୍ଟକୁ ତଦାରଖ ନକରି ପଢ଼ିପାରୁଛନ୍ତି ସେ ରାଜ୍ୟ କିପରି ଚଲାଇବେ ଚିନ୍ତା କରନ୍ତୁ ।