ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳ କୁହାଯାଉଥିବା ସୂମେରୁ ବନ୍ଧ ପଞ୍ଚାୟତରେ ପାଣି ଉଠାଇବା ପାଇଁ ଲାଗିଥିବା ବୋରିଙ୍ଗ ମେସିନ ଚୋରି ହୋଇଥିବା ଜଣାପଡ଼ିଛି । ଏନେଇ ସରପଞ୍ଚ ସୁଶୀଳା କହଁର ଥାନାରେ ଏତଲା ଦେଇଛନ୍ତି । ଉକ୍ତ ପଞ୍ଚାୟତରେ ଲଗାତାର ଭାବେ ଚୋରି ଜାରି ରହିଥିବାବେଳେ ଏହିି ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟିି କରିଛି । ଏଭଳି ସ୍ଥିତିରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିବା ଦେଖିବାକୁ ମିଳୁଛି ।