ପ୍ଲାଷ୍ଟିକରୁ ପ୍ରସ୍ତୁତ ଜ୍ୟାକେଟ ପିନ୍ଧି ସଂସଦ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ହାଲୁକା ନୀଳ ରଙ୍ଗର ଖାସ୍ ଜ୍ୟାକେଟ ପିନ୍ଧି ସଂସଦ ପହଞ୍ଚିଥିଲେ । ଏହି ଜ୍ୟାକେଟକୁ ପୂର୍ବରୁ ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରି ପ୍ରସ୍ତୁତ କରାଯାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ଗତ ସୋମବାର ବାଙ୍ଗାଲୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀଙ୍କୁ ଏହି ଜ୍ୟାକେଟ ଉପହାର ସ୍ୱରୂପ ପ୍ରଦାନ କରିଥିଲା ।