ନବରଙ୍ଗପୁର ପୁଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌:ନବରଙ୍ଗପୁର ପୁଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଯୋଗଦେଇ ଖେଳାଳିଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା କ୍ରୀଡ଼ା ସଂଘ ଉପସଭାପତି ଏମ. ବାଲା କୃଷ୍ଣ ରାଓ, ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଉପଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ହୋତା ଓ ଯୁଗଳ କିଶୋର ମଲିକଙ୍କ ସମେତ ଜିଲ୍ଲାର ସମସ୍ତ ପୁଲିସ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଫାଇନାଲ୍ ମ୍ୟାଚରେ ଆର ଓ କନକୁରାସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିିକେଟ ହରାଇ ୧୮୯ ରନ୍ କରିଥିଲେ । ଏହାର ଜବାବରେ ଏସଓଜି ପାଂଥର ଦଳ ୧୯ ଓଭରରେ ସମସ୍ତ ୱିିକେଟ ହରାଇ ମାତ୍ର ୧୨୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଆର ଓ କନକୁରାସ ଦଳ ୬୨ରନରେ ଏସଓଜି ପାଂଥର ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚରେ ଶ୍ରେଷ୍ଠ ଖେଳାଳି ଭାବରେ ଏମ ଡି ରାଇସ ଏବଂ ଟୁର୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ସାନ୍ତୁନୁ ପ୍ରଧାନୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାରେ ପ୍ରଥମଥର ପାଇଁ ଏପରି ଏକ ଟୁର୍ଣ୍ଣାମେଣ୍ଟ ସଫଳ ଆୟୋଜନ ହୋଇଥିବାରୁ ସମସ୍ତ ସହଯୋଗୀଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ସାଧୁବାଦ ଜଣାଇଥିଲେ ।