ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟରେ ଆଫଗାନିସ୍ତାନର ତାଲିବାନ ସରକାରକୁ ସେଠାକାର ବିକାଶ ପାଇଁ ଆର୍ଥିକ ସହାୟତା ଦେବାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶ୍ନ ଉଠାଇଛନ୍ତି । କେଜ୍ରିୱାଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆମ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ ଓ ଦିଲ୍ଲୀର ଫଣ୍ଡ କାଟି ତାଲିବାନକୁ ଆର୍ଥିକ ସହାୟତା ପ୍ରଦାନ କରିବା କ’ଣ ଠିକ୍ ?
ସୂଚନାଯୋଗ୍ୟ, ଚଳିତ ବର୍ଷ ଆଫଗାନିସ୍ତାନ ପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ବିକାଶ ସହାୟତା ଦେବାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତ ଦ୍ୱିତୀୟଥର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛି ।