୨ ବନ୍ଧୁଙ୍କଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ରେ ଆଜି ଦିନ ଦ୍ୱିପହରେ ୨ ବନ୍ଧୁଙ୍କଠାରୁ ଦୁର୍ବୁତ୍ତ ସାଢ଼େ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ପାଟଣାଗଡ଼ ରାମପୁରର ଧର୍ମେନ୍ଦ୍ର ମେହେର ଓ ଭୀଷ୍ମ ନାଗ ସାଙ୍ଗ ହୋଇ ପାଟଣାଗଡ଼ ବରୋଦା ବ୍ୟାଙ୍କରୁ ୩ ଲକ୍ଷ ୫୦ ହଜାର ଟଙ୍କା ଓ ପଞ୍ଜାବ ନାସନାଲ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଘରକୁ ଯାଉଥିଲେ । ପରେ ଧର୍ମେନ୍ଦ୍ରଙ୍କ ଘର ସମ୍ମୁଖରୁ ୨ଜଣ ଦୁର୍ବୃତ୍ତ ବାଇକରେ ଆସି ସାଢ଼େ ୬ ଲକ୍ଷ ଟଙ୍କା ଝାମ୍ପି ନେଇ ପାଟଣାଗଡ଼ ପଟକୁ ପଳାଇ ଯାଇଥିଲେ । ଖବର ପାଇ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଆଧାରରେ ତଦନ୍ତ ଜାରି ରଖିଛି । ଏଥିସହିତ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୁଲିସ ସୂଚନା ଦେଇଛି ।