ରେଳ ବଜେଟରେ ବୟସ୍କଙ୍କୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟରେ ଅନେକ ବିଭାଗକୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି । ରେଲୱେକୁ ନେଇ ମଧ୍ୟ କିଛି ବିଶେଷ ଘୋଷଣା କରାଯାଇଛି । ରେଳ ବଜେଟକୁ ଏଥର ୨.୪ ଲକ୍ଷ କୋଟି ଟଙ୍କା କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । କିନ୍ତୁ ରେଳଯାତ୍ରା କରୁଥିବା ବୟସ୍କ ଲୋକଙ୍କୁ ଏହି ବଜେଟରେ ଆଶ୍ୱସ୍ତି ପ୍ରଦାନ କରାଯାଇ ନାହିଁ । କରୋନା ପୂର୍ବରୁ ବୟସ୍କଙ୍କୁ ରେଳ ଭଡ଼ାରେ ଛାଡ଼ ଦିଆଯାଉଥିଲା । ୨୦୧୯ରେ ମହାମାରୀ ପାଇଁ ଏହି ଛାଡ଼କୁ ବନ୍ଦ କରାଯାଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ୬୦ ବର୍ଷରୁ ଉର୍‌ଦ୍ଧ୍ୱ ବୃଦ୍ଧଙ୍କୁ ୪୦ ପ୍ରତିଶତ ଓ ୫୮ ବର୍ଷୀୟା ମହିଳାଙ୍କୁ ୫୦ ପ୍ରତିଶତ ଛାଡ଼ କରିବାର ନିୟମ ଥିଲା ।