ବଜେଟରେ କ’ଣ ଶସ୍ତା ଓ ମହଙ୍ଗା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନିଜର ୫ମ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ମୋଦୀ ସରକାରଙ୍କ ଶେଷ ବଜେଟ୍ । ଏହି ବଜେଟରେ ଏଲଇଡି ଟିଭି, ଇଲେକଟ୍ରିକ ଗାଡ଼ି, ସାଇକେଲ, ମୋବାଇଲ ଫୋନ, କ୍ୟାମେରା ଲେନ୍ସ, ଖେଳଣା, ମୋବାଇଲ, ବାୟୋଗ୍ୟାସ ସାମଗ୍ରୀ ଓ ଷ୍ଟିଲ ସାମଗ୍ରୀ ଶସ୍ତା ହୋଇଛି । ସେହିପରି ସିଗାରେଟ, ସୁନା, ରୂପା, ପ୍ଲାଟିନମ୍‌, ପୋଷାକ, କିଚେନ ଚିମିନି, ଛତା, ରବର ଓ ହେଡଫୋନ ମହଙ୍ଗା ହୋଇଥିବା ଜଣାପଡ଼ିଛି ।