ଗୁଜରାଟ: ଗାନ୍ଧୀନଗର ସେସନ୍ସ କୋର୍ଟ ଆଶାରାମ ବାପୁଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲ ସଜା ଶୁଣାଇଛନ୍ତି । ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଗତକାଲି ଆଶାରାମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଆଶାରାମଙ୍କ ବିରୋଧରେ ଏହି ମାମଲା ୨୦୧୩ରେ ଦାୟର ହୋଇଥିଲା । ଆସାରାମଙ୍କ ପତ୍ନୀ ସମେତ ୬ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରି ଦେଇଥିଲେ ।
ଅହମ୍ମଦାବାଦର ଚାନ୍ଦଖେଡ଼ା ଥାନାରେ ଦାୟର ହୋଇଥିବା ଅଭିଯୋଗ ମୁତାବକ, ଆସାରାମ ୨୦୦୧ରୁ ୨୦୦୬ ମଧ୍ୟରେ ବାରମ୍ବାର ଉପରୋକ୍ତ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ ।