ନୂଆଦିଲ୍ଲୀ: ବିଶାଖାପଟ୍ଟନମ୍ ହେବାକୁ ଯାଉଛି ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ । ଏନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜଗମୋହନ ରେଡ୍ଡୀ କହିଛନ୍ତି ଯେ, ମୁଁ ଆପଣ ସମସ୍ତଙ୍କୁ ବିଶାଖାପଟ୍ଟନମକୁ ଆମନ୍ତ୍ରଣ କରିବାକୁ ଆସିଛି ଯାହାକି ଆଗାମୀ ଦିନରେ ଆମ ରାଜଧାନୀ ହେବ। ମୁଁ ବି ଆସନ୍ତା ମାସରେ ବିଶାଖାପଟ୍ଟନମ୍ ପଳାଇବି ।
ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆହୁରି କହିଛନ୍ତି ଯେ, ଆମେ ମାର୍ଚ୍ଚ ୩ ଓ ୪ରେ ବିଶାଖାପଟ୍ଟନମ୍ରେ ଏକ ଶିଖର ସମ୍ମିଳନୀର ଆୟୋଜନ କରୁଛୁ । ମୁଁ ଆପଣ ସମସ୍ତଙ୍କୁ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିବାକୁ ଆସିଛି।