ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେସନ ଆରମ୍ଭ ହେବା ପୂର୍ବରୁ ଆଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୨୭ ଦଳର ୩୭ ନେତା ଉପସ୍ଥିତ ଥିଲେ । ଏନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀ ଯୋଶୀ କହିଛନ୍ତି ଯେ, ଆଜିର ବୈଠକ ଠିକ୍ ଥିଲା । ଆମେ ସବୁ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ । ମୁଁ ସଂସଦକୁ ଭଲ ଭାବରେ ଚଲାଇବା ପାଇଁ ବିରୋଧୀ ଦଳର ସହଯୋଗ ଲୋଡୁଛି।
ସୂଚନାଯୋଗ୍ୟ, ସଂସଦର ବଜେଟ ଅଧିବେସନ ଆସନ୍ତାକାଲିଠୁ ଆରମ୍ଭ ହେବ । ଏଥିସହିତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ ।