ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉଡ଼ାଜାହଜକୁ ଜରୁରୀକାଳୀନ ଅବତରଣ କରାଯାଇଛି । ଖରାପ ପାଣିପାଗ ଯୋଗୁ ତାମିଲନାଡ଼ୁର ଇରୋଡ଼ ଜିଲ୍ଲାସ୍ଥିତ ସତ୍ୟମଙ୍ଗଲମ ଟାଇଗର ରିଜର୍ଭସ୍ଥିତ ଏକ ଆଦିବାସୀ ବସ୍ତି ଅକିନିୟମରେ ଅବତରଣ କରାଯାଇଥିବା ନେଇ ସୂଚନା ମିଳିଛି । ଏଥିରେ ରବଶଙ୍କରଙ୍କ ସମେତ ୫ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି ।
ଚନାଯୋଗ୍ୟ, ଶ୍ରୀ ରବିଶଙ୍କର ନିଜ ଉଡ଼ାଜାହଜରେ ୪ ଅନ୍ୟ ସାଥୀଙ୍କ ସହ ବାଙ୍ଗାଲୁରୁରୁ ତିରୁପୁର ଯାଉଥିଲେ । ସକାଳ ୧୦ଟା ୪୦ ମିନିଟରେ ଉଡ଼ାଜାହଜର ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ପାଖାପାଖି ୫୦ ମିନିଟ ଅପେକ୍ଷା କରିବା ପରେ ଆକାଶ ପରିଷ୍କାର ହେବାରୁ ୧୧ଟା ୩୦ରେ ଉଡ଼ାଜାହଜ ପୁଣିଥରେ ଉଡ଼ାଣ ଭରିଥିଲା ।