ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଗରୁଡ କମାଣ୍ଡୋର ଶକ୍ତି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଥମଥର ପାଇଁ ଭାରତୀୟ ବାୟୁସେନାର ଗରୁଡ କମାଣ୍ଡୋକୁ ଲୋକେ ଦେଖିପାରିବେ । ଏହା ଭାରତୀୟ ବାୟୁସେନାର ବିଶେଷ ଘାତକ ସ୍କ୍ୱାର୍ଡ । ଶତ୍ରୁଙ୍କ ସହ ଲଢ଼ିବା ପାଇଁ ୨୦୦୪ ଫେବୃଆରୀରେ ଗରୁଡ଼ କମାଣ୍ଡୋ ଅସ୍ତିତ୍ତ୍ୱକୁ ଆସିଥିଲା । ଏୟାର ଆସଲ୍ଟ, ଏୟାର ଟ୍ରାଫିକ କଣ୍ଟ୍ରୋଲ, ସର୍ଚ୍ଚ ଓ ଉଦ୍ଧାର, ଆତଙ୍କରୋଧୀ ଅଭିଯାନ ଓ ଏୟାରଫିଲ୍ଡ ଆଦିର ସୁରକ୍ଷାରେ ଗରୁଡ଼ କମାଣ୍ଡୋ ଉପଯୋଗ କରାଯାଇଥାଏ ।

ସୂଚନାଯୋଗ୍ୟ, ଆମ ଦେଶରେ ଥିବା ସମସ୍ତ କମାଣ୍ଡୋ ସ୍କ୍ୱାର୍ଡ ମଧ୍ୟରୁ ଏହାର ଟ୍ରେନିଂ ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ହୋଇଥାଏ ।