ଉଠା ଜଳସେଚନ ନିଗମ ପକ୍ଷରୁ ଗଭୀର ନଳକୂପ ଖନନ କାର୍ଯ୍ୟକ୍ରମ

ନବରଙ୍ଗପୁର,ଏନଏନ୍‌ଏସ୍‌: କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବିଞ୍ଜିଲିରେ ଉଠା ଜଳସେଚନ ନିଗମ ପକ୍ଷରୁ ଗଭୀର ନଳକୂପ ଖନନ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଯଦି ପଇସା ବାନ୍ଧିବାରେ ସମସ୍ୟା ହୁଏ ତେବେ ଆଇଟିଡିଏକୁ ପ୍ରସ୍ତାବ ଦିଆଯିବ । ଜମିରେ ଅର୍ଥକାରୀ ଫସଲ କରି ଆମେ ଲାଭାନ୍ୱିତ ହେବା ବୋଲି ଶ୍ରୀ ମାଝୀ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ ପାଢ଼ୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ଜିଲ୍ଲା ବିଜେଡି ଉପସଭାପତି ବଦ୍ରି ନାରାୟଣ ସିଂ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମିତ ପୂଜାରୀ,ବ୍ଲକ ସଭାପତି ପ୍ରଶାନ୍ତ ବକ୍ସି ଓ ଦେବରାଜ ମାଝୀଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ । କୋଷାଗୁମୁଡ଼ା ବ୍ଲକରେ ୮୬୩ଟି ଗଭୀର ନଳ କୂପ ଖୋଳାଯିବା ସହ ଜିଲ୍ଲାରେ ବର୍ତ୍ତମାନ ୨ ହଜାର ଖୋଳାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ନେଇ ସୂଚନା ମିଳିଛି । ଉଠା ଜଳସେଚନ ନିଗମ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ଦାଶ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଉଠା ଜଳସେଚନ ନିଗମ କର୍ମଚାରୀ ପରିଚାଳନା କରିଥିଲେ ।