ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜି ସାହେବଙ୍କ ୧୦୬ତମ ଜୟନ୍ତୀ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜି ସାହେବଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଡିସିସି ସଭାପତି ମୁନା ତ୍ରିପାଠୀ, ନଗର ବିଜେଡି ସଭାପତି ପ୍ରମୋଦ ରଥ, ନାତି ସିରାଜ ଅହମ୍ମଦ, ସାହିତ୍ୟିକ ବିଜୟ ଚୌଧୁରୀ, ବିଜେଡି ନେତା ଅଖିଳ ଭତରା, ଛାତ୍ର ନେତା ସୁମିତ ପୂଜାରୀ, ନିନି ବାବୁ ତ୍ରିପାଠୀ, ଇଂ ଅଭିଳାଷ ମହାନ୍ତି ଓ କାଉନସିଲର ସୋମେଶ ଖୁରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଶେଷରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପ୍ରଧାନୀ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବାଣ୍ଟିଥିଲେ ।