ବିୟୁଟି ଏକ୍ସପୋ ସବଜୁନିୟର ମିସ ଓଡ଼ିଶା ଜିତିଲେ ବଲାଙ୍ଗିର ଝିଅ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବିୟୁଟି ଏକ୍ସପୋ ସବ ଜୁନିୟର ମିସ ଓଡ଼ିଶା ଝାରସୁଗୁଡ଼ା ଜିଲ୍ଲା ଓଡିଟୋରିୟମରେ ଅନୁଷ୍ଠିତ ହୋଇଥିବାବେଳେ ବଲାଙ୍ଗିର ଝିଅ କମାଲ ଦେଖାଇଛନ୍ତି । ଗାନ୍ଧୀ ନଗରପଡ଼ାର ନିରଞ୍ଜନ ଶର୍ମା ଓ ସୀମା ଶର୍ମାଙ୍କ ଝିଅ ଐଶର୍ଯ୍ୟ ଶର୍ମା(୧୪) ଏହି ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଐଶର୍ଯ୍ୟ ବଲାଙ୍ଗୀରର ଲିଟିଲ ଫ୍ଲାଉଆର ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି ।