ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଭୁବନେଶ୍ୱର ପହଞ୍ଚିଛି । ପଞ୍ଜାବରେ ରାହୁଲଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ଖୁବ୍ ଚିନ୍ତିତ ଅଛି । ଇତିମଧ୍ୟରେ ଆଜି ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ହୋଶିୟାରପୁରର ଦସୁହାରେ ଜଣେ ବ୍ୟକ୍ତି ସୁରକ୍ଷା ଘେରାକୁ ଭାଙ୍ଗି ରାହୁଲ ଗାନ୍ଧୀଙ୍କ ପାଖରେ ପହଞ୍ଚିବା ସହ ତାଙ୍କୁ ଆଲିଙ୍ଗନ କରିଥିଲା । ସମ୍ପୃକ୍ତ ବ୍ୟକ୍ତି ରାହୁଲଙ୍କ ପାଖରେ ପହଞ୍ଚିବା ମାତ୍ରକେ ସୁରକ୍ଷା କର୍ମୀ ଓ ନେତା ସକ୍ରିୟ ହୋଇ ତାଙ୍କୁ ସେଠାରୁ ହଟାଇଥିଲେ ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ୨ଥର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛି । କିନ୍ତୁ ଅନେକ ସମୟରେ ରାହୁଲ ନିଜେ ହିଁ ଗାଇଡଲାଇନ ଉଲ୍ଲଂଘନ କରିଥିବା ତାଙ୍କ ସୁରକ୍ଷାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ କହିଛି।