ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକ ମଧ୍ୟରେ କଥା କଟାକଟି ଘଟଣା, ପ୍ରତିବାଦରେ ପ୍ରଶାସନିକ ଅଧିକାରୀଙ୍କ କଳା ବ୍ୟାଚ ପରିଧାନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଗତ କିଛିଦିନ ତଳେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗୀର ଜିଲ୍ଲାପାଳ ଚାଞ୍ଚଳ ରାଣାଙ୍କ ମଧ୍ୟରେ ବିଜୁ କେବିକେ ଯୋଜନାରେ କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ବ୍ଲକକୁ ପାଣ୍ଠି କମ ଦେଉଥିବା ଅଭିଯୋଗ ନେଇ କଥା କଟାକଟି ହୋଇଥିଲା । ଏହାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିଥିଲେ । ଏଥିରେ ବିଏଲସି ସୁଧାଂଶୁ ଶେଖର ବଚ୍ଛା, ଦେବଦତ୍ତ ଗଡ଼ତିଆ, ସୁଦର୍ଶନ ନନ୍ଦ, ଗୋବିନ୍ଦ ମାଝୀ, ଶୋନ୍ତୋସ କୁମାର ବେହେରା, କିଶୋର କୁମାର ସାହୁ, ଶୁଭ୍ରାଂଶୁ ଶେଖର ବେହେରା, ମନୋରଞ୍ଜନ ବେହେରା, ଲକ୍ଷ୍ମଣ ଜାନୀ, ପ୍ରଶାନ୍ତ ବାରିକ ଓ ପରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।