ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ହତ୍ୟା ଧମକ ମିଳିଛି । ନାଗପୁରସ୍ଥିତ ଗଡ଼କାରୀଙ୍କ କାର୍ଯ୍ୟାଳୟକୁ ୨ଥର ଫୋନ୍ ଯୋଗେ ହତ୍ୟା ଧମକ ମିଳିବାରୁ ପୁଲିସ ଯାଞ୍ଚ ଆରମ୍ଭ କରିଛି । ଏହି ଧମକପୂର୍ଣ୍ଣ କଲ୍ ସକାଳ ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଆସିଥିବା ପୁଲିସ କହିଛି ।
ସୂଚନାଯୋଗ୍ୟ, ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଗଡ଼କାରୀଙ୍କ ଜନ ସମ୍ପର୍କ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏଥିରେ ଆମକୁ ମୁକ୍ତି ଦିଅ ନହେଲେ କେନ୍ଦ୍ରମନ୍ତ୍ରୀ ଗଡ଼କାରୀଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଥିଲା । ଏଥିସହିତ ଦାଉଦ ନାଁ ମଧ୍ୟ ନିଆଯାଇଛି ।