ସରପଞ୍ଚଙ୍କ ବେଆଇନ ବାଲି ଟ୍ରାକ୍ଟର ଧରିଲେ ତହସିଲଦାର

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସରପଞ୍ଚଙ୍କ ବେଆଇନ ବାଲି ଟ୍ରାକ୍ଟର ଧରିବାରେ ତହସିଲଦାର ସଫଳ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଲାଚୁଟ ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଳାଣ ହେଉଥିବା ନେଇ ସ୍ଥାନୀୟ ତହସିଲଦାର ମନସିଫିଲ କେରକେଟା ଖବର ପାଇଥିଲେ । ପରେ ଆରଆଇ ଅଶ୍ୱନୀ କୁମାର ଜାଲଙ୍କ ସହ ଲାଚୁଟ ଗାଁରେ ପହଞ୍ଚି୨ଟି ଟ୍ରାକ୍ଟରକୁ ଜବତ କରିଥିଲେ । ଟ୍ରାକ୍ଟର ମାଲିକ ତଥା କେରମେଲି ସରପଞ୍ଚ ଅଶୋକ ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ଦୋରାଙ୍କଠାରୁ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରିବା ପରେ ଟ୍ରାକ୍ଟର ଛାଡ଼ି ଦେଇଥିବା ସୂଚନା ମିଳିଛି ।