ନବରଙ୍ଗପୁର,ଏନ୍ଏନ୍ଏସ: ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଲାୟନସ୍ ଭବନରେ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ନବରଙ୍ଗପୁର ଲାୟନ୍ସ କ୍ଲବ୍ ରାଜ୍ୟସ୍ତରରେ ସର୍ବଶ୍ରେଷ୍ଠ କ୍ଲବ୍ ଭାବେ ପୁରସ୍କୃତ ହୋଇଛି । କ୍ଲବ୍ ସଭାପତି ଲାୟନ୍ ଜଗନ୍ନାଥ ମହାପାତ୍ର ଡାଇମଣ୍ଡ ସଭାପତି ଏବଂ ସମ୍ପାଦକ ଲାୟନ ଭୁବନେଶ୍ୱର ସୁର, ଡ଼ାଇମଣ୍ଡ ସମ୍ପାଦକ ଲାୟନ ଡା. ଧନଞ୍ଜୟ ପଟ୍ଟନାୟକ ସର୍ବଶ୍ରେଷ୍ଠ ଉପଦେଷ୍ଟା ଭାବେ ଲାୟନ୍ କ୍ଲବର ରାଜ୍ୟସ୍ତରୀୟ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁରର ଭିଡିଜି-୧ ଆଇଭି କୋଟଶ୍ୱର ରାଓ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରକାଶଥାଉ କି, ଲାୟନ୍ସ କ୍ଲବ୍ ନବରଙ୍ଗପୁର ସହରରେ ଦୀର୍ଘ ୩୫ ବର୍ଷ ହେବ ଅନେକ ଜନହିତକର କାର୍ଯ୍ୟକ୍ରମମାନ ଆୟୋଜନ କରି ଉଚ୍ଚ ପ୍ରଶଂସିତ ହୋଇଛି ।