ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲା । ଗୁରୁବାର ଦିନ ସେ ମୋଦିଙ୍କୁ ଭେଟିଛନ୍ତି । ଏହାସହ ଡିଜିଟାଲାଇଜେସନ, ଅର୍ଥନୀତି ଅଭିବୃଦ୍ଧି ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ନାଡେଲା ।
ପ୍ରକାଶଥାଉକି, ନାଡେଲା ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଡିଜିଟାଲ ରୂପାନ୍ତର ମାଧ୍ୟମରେ ନିରନ୍ତର ତଥା ଅନ୍ତର୍ଭୂକ୍ତ ଅର୍ଥନୈକ ଅଭିବୃଦ୍ଧି ଉପରେ ଭାରତ ସରରକାଙ୍କ ଗୁରୁତ୍ବକୁ ସେ ପ୍ରଶଂସା କରିଛନ୍ତି । ନାଡେଲା ଗୁରୁବାର ଟ୍ବିଟକରି କହିଛନ୍ତି, “ଡିଜିଟାଲ ପରିବର୍ତ୍ତନ ମାଧ୍ୟମରେ ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ଅର୍ଥନୈତିକ ଅଭିବୃଦ୍ଧି ଉପରେ ସରକାରଙ୍କ ଗଭୀର ଧ୍ୟାନ ପ୍ରେରଣାଦାୟକ । ଆମେ ଭାରତକୁ ଡିଜିଟାଲ ଇଣ୍ଡିଆର ଧାରଣାକୁ ହୃଦୟଙ୍ଗମ କରିବାକୁ ଏବଂ ବିଶ୍ବକୁ ମାର୍ଗଦର୍ଶନ କରିବାକୁ ସାହାଯ୍ୟ କରିବାକୁ ଆଗ୍ରହୀ । “
ନାଡେଲାଙ୍କୁ ପ୍ରତିଉତ୍ତର ଦେଇ ମୋଦି ଟ୍ବିଟକରି କହିଛନ୍ତି,”ସତ୍ୟ ନାଡେଲାଙ୍କୁ ଭେଟି ମୁଁ ଆନନ୍ଦିତ । ଜ୍ଞାନକୌଶଳ ଏବଂ ନବସୃଜନ କ୍ଷେତ୍ରରେ ଭାରତର ଅଗ୍ରଗତି ବୈଷୟିକ- ନେତୃତ୍ବ ଅଭିବୃଦ୍ଧିର ଏକ ଯୁଗକୁ ଆଗେଇ ନେଇଛି । ଆମର ଯୁବକମାନେ କଳ୍ପନାରେ ପରିପୂର୍ଣ୍ଣ, ଯାହା ବିଶ୍ବକୁ ପରିବର୍ତ୍ତନ କରିବାରେ ସାମର୍ଥ୍ୟ ରଖିଛି । “