ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ

ବରଗଡ଼,ଏନ୍ଏନ୍ଏସ୍: ସୋମବାର ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିରେ ଅଧିକମାତ୍ରାରେ ମତଦାତା ଅଂଶଗ୍ରହଣ କରିଥିବା ଦେଖାଯାଉଛି। ତେବେ ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରାର୍ଥୀନୀ ରୀତା ସାହୁ ଓ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଭୋଟଦାନ କେନ୍ଦ୍ରକୁ ଆସି ମତଦାନ କରିଛନ୍ତି।