ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାଜୋରୀ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସିଆରପିଏଫ ୧୮୦୦ଜଣ ସୈନିକଙ୍କୁ ଜମ୍ମୁ-କଶ୍ମୀର ପଠାଇବ । ପୁଁଛ ଓ ରାଜୋରୀ ଜିଲ୍ଲାରେ ସୈନିକ ନିଯୁକ୍ତ ରହିବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ନିକଟରେ ଜମ୍ମୁ-କଶ୍ମୀରର ରାଜୋରୀ ଜିଲ୍ଲାରେ ଏକ ଆଇଡି ବିସ୍ଫୋରଣ ଯୋଗୁ ୨ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଆତଙ୍କବାଦୀମାନେ ୩ଟି ଘର ଉପରକୁ ଗୁଳି ଚଳାଇଥିଲେ ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି ।