ମୁମ୍ବାଇକୁ ଏୟାରଲିଫ୍ଟ ହେଲେ ପନ୍ତ

ମୁମ୍ବାଇ: କ୍ରିକେଟର ଋଷଭ ପନ୍ତଙ୍କୁ ଡେରାଡୁନରୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲକୁ ଏୟାଲିଫ୍ଟ କରାଯାଇଛି । ଲୀଳାବତୀ ହସ୍ପିଟାଲରେ ପନ୍ତଙ୍କ ଲିଗାମେଣ୍ଟ ଇଞ୍ଜୁରୀର ଚିକିତ୍ସା ହେବ । ବିସିସିଆଇ ଡାକ୍ତର ସ୍ୱତନ୍ତ୍ର ଭାବେ ଚିକିତ୍ସାର ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି । ସମ୍ପୂର୍ଣ୍ଣ ଫିଟ ହେବାକୁ ପ୍ରାୟ ୬ ମାସ ଲାଗିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଡିସେମ୍ବର ୩୦ରେ ଋଷଭ ପନ୍ତ ଦିଲ୍ଲୀରୁ ରୁଡ଼କୀ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।