ନବରଙ୍ଗପୁର,ଏନ୍ଏନ୍ଏସ୍: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ମିଡ଼ିଆ ଟିମ୍ ଘୋଷଣା କରିଛନ୍ତି । ଏହିକ୍ରମେ ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି) ଉପଦେଷ୍ଟା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦଳର ମୁଖପାତ୍ର ମନୋନୀତ କରିଛନ୍ତି । ସେହିପରି ରାଜ୍ୟର ୧୬ଜଣ ମୁଖପାତ୍ର ମନୋନୀତ ହୋଇଛନ୍ତି । ନୂଆବର୍ଷରେ ଶ୍ରୀ ମାଝୀଙ୍କୁ ନୂଆ ଦାୟିତ୍ୱ ମିଳିଥିବାରୁ ନିଷ୍ଠାର ସହ ଦାୟିତ୍ୱ ତୁଲାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।