ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡସ୍ତରୀୟ ଲୋକ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ୩ଟି ବ୍ଲକରେ ଆସନ୍ତା ୧୨ ତାରିଖରୁ ଜୋରଦାର ଭାବେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଲୋଗୋକୁ ଉନ୍ମୋଚିତ କରିଛନ୍ତି । ଏହି ଲୋକ ଉତ୍ସବକୁ କିଭଳି ସଫଳତାର ସହ ଆୟୋଜନ କରାଯିବ ସେନେଇ ଅଧିକ ଧ୍ୟାନ ଦେବାକୁ ଉପଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଲୋକ କଳାକୁ କିଭଳି ପୁନଃଜିବୀତ କରାଯାଇପାରିବ ସେଥିପାଇ ଗାଁ ଗାଁରେ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଉପଖଣ୍ଡର ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ଉକ୍ତ କାର୍ଯ୍ୟକ୍ରମରେ ୩ଟି ବ୍ଲକର ତହସିଲଦାର ଓ ପାଟଣାଗଡ଼ ଶିଶୁ ବିଭାଗର ଅଧିକାରୀଙ୍କ ସହ ବହୁ କର୍ମଚାରୀ ଯୋଗ ଦେଇଥିଲେ ।