୧୨ଘଣ୍ଟିଆ ଯାଜପୁର ବନ୍ଦ, ଭିଏଲଡବ୍ଲୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି

ଯାଜପୁର,ଏନ୍ଏନ୍ଏସ୍: ଭିଏଲ୍‌ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ୫ଦିନ ବିତିଯାଇଥିବା ବେଳେ ଏହାର ତଦନ୍ତ ପୂରା ହୋଇପାରୁ ନାହିିଁ। ଏ ନେଇ ସିବିଆଇ ତଦନ୍ତ କରିବାକୁ ବିଜେପି ପକ୍ଷରୁ ଦାବି ହେବା ସହ ୧୨ଘଣ୍ଟା ଯାଜପୁର ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାର ୧୦ଟି ବ୍ଲକ୍‌ ଏବଂ ୨ଟି ପୌରାଞ୍ଚଳରେ ବିଜେପି କର୍ମୀ ଏବଂ ସମର୍ଥକମାନେ ପ୍ଲାକାର୍ଡ, ବ୍ୟାନର ଆଦି ପ୍ରଦର୍ଶନ କରି ବନ୍ଦ ପାଳନ କରୁଛନ୍ତି।

ସେହିପରି ଛକମାନଙ୍କରେ ଟାୟାର ଜାଳି ପ୍ରତିରୋଧ କରିଥିବା ଦେଖାଯାଇଛି। ଏଥିସହ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଯାନବାହନ ଚଳଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଧର୍ମଶାଳା ବ୍ଲକ୍‌ର ହରିଦାସପୁର ପଞ୍ଚାୟତରେ ଗତ ୫ ଦିନ ତଳେ ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସରୁ ସନ୍ଦେହଜନକ ଭାବେ ଭିଏଲ୍‌ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କର ମୃତ୍ୟୁ ହୋଇଥିଲା। ଏହା ଆତ୍ମହତ୍ୟା ବୋଲି ପୁଲିସ ସାମ୍ବାଦିକ ସମ୍ମିଳନୀରେ କହିବା ପରେ ଘଟଣା ରାଜନୈତିକ ମୋଡ଼ ନେଇଛି। ତେବେ ଏହି କେସର ସିବିଆଇ ତଦନ୍ତ କରାଯିବା ପାଇଁ ବିଜେପି ପକ୍ଷରୁ ଦାବି ହେବା ସହ ୧୨ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଛି।