ମୋଦୀଙ୍କ ମା’ ହସ୍ପିଟାଲରେ ଭର୍ତ୍ତି

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କୁ ଅହମ୍ମଦାବାଦର ୟୁଏନ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ମୋଦୀଙ୍କ ମା’ଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଉଥିବା ଜଣାପଡ଼ିଛି । ମା’ଙ୍କୁ ଦେଖିବା ପାଇଁ ମୋଦୀ ଅହମ୍ମଦାବାଦ ଯାଇପାରନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗୁଜରାଟ ନିର୍ବାଚନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମା’ଙ୍କୁ ଭେଟିବା ପାଇଁ ଗୁଜରାଟ ଯାଇଥିଲେ । ଏହି ସମୟରେ ମୋଦୀ ପାଖାପାଖି ୪୫ ମିନିଟ୍ ମା’ଙ୍କ ସହ ବିତାଇ ଥିଲେ । ଜୁନରେ ମା’ଙ୍କ ଜନ୍ମଦିନ ଅବସରରେ ମଧ୍ୟ ତାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ।