Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୁଣ୍ଡ ଟେକୁଛି ସଂକ୍ରମଣ, ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୁଣ୍ଡ ଟେକୁଛି ସଂକ୍ରମଣ, ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି କୋରୋନା ମହାମାରୀ । ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ବଢିଛି । ଏନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ମଙ୍ଗଳବାର) ଅପାରାହ୍ନରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ, ସମସ୍ତ ଜିଲ୍ଲାର ସିଡିଏମଓ ଏବଂ ମେଡ଼ିକାଲ୍ କଲେଜ ଅଧିକ୍ଷକ ଉପସ୍ଥିତ ରହିବେ ।

ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ପ୍ରସ୍ତୁତ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ଦେଶରେ କୋଭିଡ ସଂଖ୍ୟା ବଢୁଛି । ତେଣୁ ଏନେଇ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ଜିଲ୍ଲାରେ ଆସନ୍ତାକାଲି ମକଡ୍ରିଲ୍ ଆରମ୍ଭ କରାଯିବ । ଷ୍ଟାଫ୍ କେତେ ଅଛନ୍ତି, ମେଡିକାଲରେ ବେଡ଼ କେତେ ରହିଛି, ଅକ୍ସିଜେନର ପରିମାଣ କେତେ ରହିଛି, ଔଷଧ କେତେ ପରିମାଣରେ ମହଜୁଦ ରହିଛି ତାହା ଉପରେ ଗୁରୁତ୍ୱ ଦିଆଯିବ । ଏହାସହ ମେଡିକାଲ କଲେଜ ଓ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଡ଼ ଅକ୍ସିଜେନ ଥିବା ବେଡ଼ ଏବଂ ଆଇସିୟୁ ଥିବା ବେଡ଼ ସ୍ଵତନ୍ତ୍ର ଭାବରେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, “ହକି ବିଶ୍ଵକପ ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହେବ । ସେହି ସମୟରେ କୋଭିଡର ପରିସ୍ଥିତିକୁ ଦେଖି ସମସ୍ତ ବ୍ୟବସ୍ଥା କରାଯିବ । ତେଣୁ ଆଗୁଆ ଆକଳନ କରି କିଛି ନିଷ୍ପତ୍ତି ନେବା ଭୁଲ ହେବ । ହକି ଖେଳାଳିଙ୍କ ପ୍ରତି ଯେଉଁ SOP ରହିଛି ହକି ଫେଡେରେଶନ ଇଣ୍ଡିଆ ଏବଂ ଭାରତ ସରକାରଙ୍କ ଗାଇଡ ଲାଇନ ଅନୁସାରେ କାର୍ଯ୍ୟକାରୀ କରାଯିବ। ଅନ୍ୟପଟେ ନାଜାଲ ଟିକାକୁ ଅନୁମତି ଦିଆଯାଇଛି । ଗୋଟିଏ ନାଜାଲ୍ ଟିକାରେ ଦୁଇଟି ଡୋଜ ରହିଛି । ଏହାକୁ ପ୍ରଥମେ ଘରୋଇ ହସ୍ପିଟାଲରେ ଏହା ଦିଆଯିବ । ରାଜ୍ୟକୁ ନାଜାଲ ଟିକା ଆସିଛି ନା ନାହିଁ ସେନେଇ ଡ୍ରଗ୍ସ୍ କଣ୍ଟ୍ରୋଲ ବୋର୍ଡକୁ ତଥ୍ୟ ମଗାଯାଇଛି ।

ଅନ୍ୟପଟେ ଗତକାଲି ବୈଠକରେ ମ୍ୟାନ ପାୱାର କେତେ ଅଛି ସେ ନେଇ ବିଶେଷ ଆଲୋଚନା ହୋଇଛି । ଯଦି ଅଧିକ ମ୍ୟାନ ପାୱାର ଆବଶ୍ୟକ ପଡେ ତାହା ମଧ୍ୟ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ହୋଇଛି । ଏହାସହ ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ଼ କାର୍ଯ୍ୟକ୍ଷମ କରାଯାଇଛି । ତାହା ଭିତରେ ଆକ୍ସିଜେନ ବ୍ୟବସ୍ଥା ଥିବା ବେଡ଼ ଅଧିକ ରଖାଯାଇଛି ବୋଲି କୁହାଯାଇଛି । ଟେଷ୍ଟ ଓ ଚିକିତ୍ସା ପାଇଁ ଯେଉଁ ଆବଶ୍ୟକୀୟ ଉପକରଣ ଦରକାର ତାହା ମହଜୁଦ ରହିଛି । ସବୁ ବ୍ୟବସ୍ଥାର ଆଜି ଆଲୋଚନା କରି ୨୭ ତାରିଖରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ରାଜ୍ୟ ସରକାର।