ସ୍ବଦେଶୀ ୫ଜିରୁ ଜି-୨୦ ଅଧ୍ୟକ୍ଷତା, ୨୦୨୨ରେ ଐତିହାସିକ ସଫଳତା ହାତେଇଲା ଭାରତ

ହାଇଦ୍ରାବାଦ,ଏଜେନ୍ସି: ଅନେକ ସ୍ମରଣୀୟ ଘଟଣାବଳୀ ସହ ବିଦାୟ ନେଉଛି ‘ବର୍ଷ ୨୦୨୨’ । ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହେବ ନୂଆବର୍ଷ ୨୦୨୩ । ଯଦି ଆମେ ବର୍ଷ ୨୦୨୨ର ପୃଷ୍ଠାକୁ ଓଲଟାଇବା ତେବେ ଏହି ବର୍ଷ ଆମ ଦେଶ ଭାରତ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । ଭାରତ ଚଳିତ ବର୍ଷ ଜି-୨୦ ସଭାପତିତ୍ବ ଗ୍ରହଣ କରିବା ସହ ଦେଶର ଅର୍ଥବ୍ୟବସ୍ଥାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଘଟିଛି । ଫଳରେ ଭାରତ ଏବେ ବ୍ରିଟେନକୁ ପଛରେ ପକାଇ ବିଶ୍ବର ୫ମ ବୃହତ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ହୋଇପାରିଛି । ତେବେ ଆସନ୍ତୁ ଜାଣିବା ଦେଶର ସେହି ବଡ଼ ଉପଲବ୍ଧି ସମ୍ପର୍କରେ ଯାହାକି ଦେଶକୁ ଖାଲି ବିକଶିତ ରାଷ୍ଟ୍ର ଦୌଡ଼ରେ ସାମିଲ କରିନାହିଁ, ବରଂ ଦେଶକୁ ବିଶ୍ବସ୍ତରରେ ପରିଚିତ କରିଛି ।