ସାଉଥ ଆଫ୍ରିକାରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ, ୨୦ ମୃତ

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ବୋକ୍ସବର୍ଗ ସହରରେ ଗ୍ୟାସ ଟେଙ୍କର ଫାଟି ବଡ଼ ଧରଣର ବିସ୍ଫୋରଣ ଘଟିଛି । ଫଳରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବୋକ୍ସବର୍ଗ ସହରର ଓଆର ଟେମ୍ବୋ ମେମୋରିଆଲ ହସ୍ପିଟାଲରୁ କିଛି ମିଟର ଦୂରରେ ଏହି ଘଟଣା ଘଟିଛି । ଗ୍ୟାସ ଟ୍ୟାଙ୍କରଟି ଗ୍ୟାସ ନେଇ ଯାଉଥିବାବେଳେ  ଅଣ୍ଡରପାସ ନିକଟରେ ଫସି ଯାଇଥିଲା । ଫଳରେ ଟ୍ୟାଙ୍କରରୁ ଗ୍ୟାସ ବାହାରି ଏକ ବଡ଼ ବିସ୍ଫୋରଣରେ ପରିଣତ ହୋଇଥିଲା ।