ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ବୀଏଫ .୭ ଭାରତରେ ପ୍ରବେଶ କରିସାରିଛି । ସେଥିପାଇଁ ଶୀତକାଳୀନ ଅଧିବେସନ ଚାଲିଥିବା ସଂସଦରେ ମଧ୍ୟ ସତର୍କତା ବଢ଼ାଇ ଦିଆଯାଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଦସ୍ୟଙ୍କୁ ସତର୍କତା ଓ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।
ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ସମସ୍ତ ସାଂସଦ ଓ ସଦନ କର୍ମଚାରୀ ମାସ୍କ ବ୍ୟବହାର କରନ୍ତୁ । ନିଜ ଅଞ୍ଚଳରେ କରୋନା ପ୍ରତି ଜନଜାଗରଣ ସୃଷ୍ଟି କରିବା ପାଇଁ ପ୍ରୟାସ କରନ୍ତୁ । ସମସ୍ତଙ୍କ ସାମୁହିକ ପ୍ରୟାସ ବଳରେ କରୋନାକୁ ରୋକାଯାଇ ପାରିବ ।
ସୂଚନାଯୋଗ୍ୟ, ସଂସଦରେ ଆଜି କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ଓମ୍ ବିର୍ଲା ମାସ୍କ ପିନ୍ଧିକି ଆସିଥିଲେ । ସମସ୍ତ ସଦସ୍ୟଙ୍କୁ ମଧ୍ୟ ମାସ୍କ ଲଗାଇବାକୁ କହିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଭୟ ସଦନରେ ମାସ୍କ ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।